{"product_id":"9781645602668","title":"Cuttack High Court Chhakaru Helsinki","description":"\u003cp\u003eପଥ ଅତିକ୍ରମୁଥିବା ପାନ୍ଥ କେବେ କ'ଣ ପାନ୍ଥଶାଳାକୁ ନିଜ ଆବାସସ୍ଥଳୀ ମନେକରି ପାରେ? ବୋଧହୁଏ ନା! ଜୀବନ ଯାହା ପାଇଁ ଅସରନ୍ତି ଯାତ୍ରା ଆଉ ଅତିକ୍ରମଣ ତା' ପାଇଁ ସାମାନ୍ୟ ବିଶ୍ରାମ କ୍ଳାନ୍ତିକର ନିଶ୍ଚୟ । ମୁଁ ସେହି ସକ୍ରିୟ କର୍ମ-ଚଞ୍ଚଳ ବ୍ୟକ୍ତିତ୍ୱଟିର ରକ୍ତସହ ପରିଚିତି ରଖୁଥିବା ସାଧାରଣ 'ମୁଁ' । ହୃଦୟର ପ୍ରାଣତନ୍ତ୍ରୀରେ ଜ୍ଞାନର ଦୀପାଳୀ ଜାଳି ମୋ ଜୀବନର ସର୍ବାଂଶକୁ ଯେ ସ୍ୱତନ୍ତ୍ର ଔଜ୍ଜ୍ୱଲ୍ୟରେ ପରିପୂର୍ଣ୍ଣ କରିଛନ୍ତି, ସେହି ମୋ ବାପା ସ୍ୱର୍ଗତ ଲକ୍ଷ୍ମୀନାରାୟଣ ଚୌଧୁରୀ । ତାଙ୍କର ଦ୍ୱିତୀୟ କନ୍ୟା ଭାବରେ ମୋ ଅନ୍ତରାତ୍ମା ପୂରିଉଠେ । ଭିତରେ ଭିତରେ ଅଭିମାନ କରିବସେ ଆଭିଜାତ୍ୟସଂପନ୍ନ ଚୌଧୁରୀ ବଂଶଜ ହୋଇଥିବାରୁ ଏକ ପ୍ରକାର ଆତ୍ମସନ୍ତୋଷ ଲାଭ କରେ ମୁଁ । ଦିବଙ୍ଗତ ଲକ୍ଷ୍ମୀନାରାୟଣ ଚୌଧୁରୀଙ୍କ ଅଭିଭାବକତ୍ୱରେ ଜୀବନର ଏକ ସ୍ୱତନ୍ତ୍ର ପରିଚୟ ଖୋଜି ପାଇଥିବାରୁ । ଫୁଲ ଓ ଫଳର ମାଧୁର୍ଯ୍ୟ ଓ ସୌନ୍ଦର୍ଯ୍ୟର ସମସ୍ତ ମହାନ୍‌ପଣ 'ବୃକ୍ଷ' ସହିତ ସନ୍ନିହିତ ଥାଏ । ଅନୁରୂପ ଭାବରେ ମୋ ଜୀବନ- ଆତ୍ମପ୍ରତିଷ୍ଠା- ପରିଚୟର ପ୍ରକୃତ ଶ୍ରେୟ ତାଙ୍କୁ ଯିବା ଉଚିତ ।\u003c\/p\u003e\u003cp\u003e\u003c\/p\u003e\u003cp\u003eପ୍ରତ୍ୟେକ ମଣିଷର କର୍ମ ହିଁ ତା' ଭାଗ୍ୟ ନିର୍ଦ୍ଧାରଣ କରେ ବୋଲି ସେ ସର୍ବଦା କହୁଥିଲେ । ଭାଗ୍ୟ କିମ୍ବା ଅନ୍ଧ-ସୁଯୋଗର ବାହାନାରେ ବଞ୍ଚୁଥିବା ମଣିଷମାନଙ୍କୁ ସେ ସତର୍କ କରିଦେଉଥିଲେ । ନିୟମିତ କର୍ମ ଆଚରଣରେ ବିଶ୍ୱାସୀ ମୋ ବାପାଙ୍କୁ କେବଳ ଶୋଇବା ସମୟର ଚାରି ପାଞ୍ଚ ଘଣ୍ଟା ଛାଡ଼ିଦେଲେ, ଆଉ ସବୁବେଳେ କର୍ମଚଞ୍ଚଳ ଥିବା ଆମେ ଲକ୍ଷ୍ୟ କରିଛୁ । ମୁଁ ସାହିତ୍ୟର ଛାତ୍ରୀ ନହୋଇ ଥାଇପାରେ; କିନ୍ତୁ ମୋ ଭିତରେ ସାହିତ୍ୟ ରୁଚି ଅଛି । ମୋ ପାଇଁ ମୋ ପିତାଙ୍କ 'ଆତ୍ମଜୀବନୀ' ଏକ ପୈତୃକ ସଂପତ୍ତି ନିଶ୍ଚୟ । କିନ୍ତୁ ସମଗ୍ର ଓଡ଼ିଆ ଜାତି ପାଇଁ ତାହା ଜାତୀୟ ସଂପତ୍ତିରୁ କିଛି କମ୍ ନୁହେଁ ମଧ୍ୟ । ତତ୍କାଳୀନ ସମୟକୁ ଜୀବନ୍ତ ଭାବରେ ଦୃଶ୍ୟାୟିତ କରୁଥିବା ମୋ ପିତାଙ୍କର ଆତ୍ମଜୀବନୀଟି ଭବିଷ୍ୟତର ଓଡ଼ିଆ ସମାଜ ପାଇଁ ଏକ ବହୁ ଉପାଦେୟ ଦଲିଲ୍ ରୂପେ ସ୍ୱୀକୃତ ହେବ ବୋଲି ମୁଁ ଆଶା କରୁଛି ।\u003c\/p\u003e\u003cp\u003e\u003c\/p\u003e\u003cp\u003eଅପରାଜିତା ଚୌଧୁରୀ\u003c\/p\u003e\u003cp\u003e\u003c\/p\u003e","brand":"Black Eagle Books","offers":[{"title":"Default Title","offer_id":48530966380785,"sku":"9781645602668","price":12.6,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0674\/5433\/7265\/files\/9781645602668_p0.jpg?v=1786312327","url":"https:\/\/shop.barnesandnoble.com\/products\/9781645602668","provider":"Barnes \u0026 Noble","version":"1.0","type":"link"}