{"product_id":"9781645602736","title":"Bhata Khoju Khoju","description":"\u003cp\u003eକବି ବାସୁଦେବ ସୁନାନୀଂକ ନବମ କବିତା ପୁସ୍ତକ ହେଉଛି \"ଭାତ ଖୋଜୁଖୋଜୁ\" । ବାସୁଦେବ କଳ୍ପନାରେ ବିଶ୍ବାସ ନ କରି ବାସ୍ତବତା ଉପରେ ନିଜର ବିଚାର ଓ ଚିନ୍ତନକୁ କେନ୍ଦ୍ରୀଭୁତ କରି ଥା'ନ୍ତି । ତାଂକ କବିତା ସବୁବେଳେ ସୂକ୍ଷ୍ମ ଜବକାଚ ଭଳି, ଯେଉଁ ଜବକାଚ ମାଧ୍ଯମରେ ଜଣେ ପାଠକ, ସ୍ପଷ୍ଟ ଭାବରେ ଦେଖି ପାରିଥାଏ ସାଂପ୍ରତିକ ସମାଜର ଅସଂଗତି ଓ ଅବ୍ଯବସ୍ଥା । କବିତା ସବୁକୁ ପଢିଲେ ପାଠକ ଅନେକ କଥା, ଘଟଣା, ସ୍ଥିତି ସହ ଭେଟହେବ ଯେମିତି ଚାଷୀର ସମସ୍ଯା ଓ ତତ୍ ଜନିତ ପ୍ରତିବାଦ, ନାରୀ ନିର୍ଯ୍ଯାତନା, ଧର୍ଷଣ, ଜାତିବାଦ, ବ୍ରାହ୍ମଣବାଦ, ବର୍ତମାନର ରାଜନୀତି ଓ ଗଣତନ୍ତ୍ରର ଅବସ୍ଥା, କରୋନା କାଳର ହା...ହା...କାର, ବିକାଶର ପରିଭାଷା,ସାମ୍ରାଜ୍ଯବାଦ ବିପକ୍ଷରେ ସ୍ବର ସହ ଭୋକର କଲବଲ, ଏମିତି ଅନେକ ଛବିକୁ କବିତାରେ ତିତ୍ରାୟିତ କରିଛନ୍ତି । ଏ କବିତାମାନ ସୁଖପାଠ୍ଯ କେବଳ ନୁହେଁ ବରଂ ଇତିହାସ, ସାଂପ୍ରତିକ ସାମାଜିକ ଅବସ୍ଥା, ଅର୍ଥନୀତି ତଥା ଧାର୍ମିକ ସ୍ଥିତି, ଇତ୍ଯାଦିକୁ ବୁଝିବା ପାଇଁ ବୌଦ୍ଧିକ ଇଂଦନ ଯୋଗାଉ ଥିବା ଏକ ନିଆରା ଦସ୍ତାବିଜ। \u003c\/p\u003e\u003cp\u003e\"ଭାତ ଖୋଜୁଖୋଜୁ\"ର କବିତା ସବୁ ପଢିଲେ ଏକ ନିଶ୍ଚିତ ଧାରଣା ସୃଷ୍ଟି ହୁଏଯେ କବି ଜଣେ ସମାଜର ବୌଦ୍ଧିକ ପ୍ରତିନିଧି ଅଟେ । ଆଶା, ଏ କବିତା ବହି ପାଠକୀୟ ପ୍ରେମଲାଭ କରିବ ।\u003c\/p\u003e\u003cp\u003e\u003c\/p\u003e","brand":"Black Eagle Books","offers":[{"title":"Default Title","offer_id":48530966348017,"sku":"9781645602736","price":14.28,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0674\/5433\/7265\/files\/9781645602736_p0.jpg?v=1786312252","url":"https:\/\/shop.barnesandnoble.com\/products\/9781645602736","provider":"Barnes \u0026 Noble","version":"1.0","type":"link"}