{"product_id":"9781645603733","title":"Abyakta Akhyara","description":"\u003cp\u003e'ଅବ୍ୟକ୍ତ ଅକ୍ଷର' ସୁଖ-ଦୁଃଖ, ଏକେଲାପଣ ଓ ଅନ୍ତରାତ୍ମାର ତୃପ୍ତି ଭିତରେ ଯେଉଁ ଧୂସର କୋଠରୀ ସବୁ ରହିଛି, ସେଇ ସ୍ଥାନରେ ଏଣେତେଣେ ଘୂରିବୁଲନ୍ତି । ଏଇ ଅକ୍ଷର ମାନଙ୍କର ଅସହାୟତାପଣ ଏହିକି ଯେ, ସେମାନେ ଶବ୍ଦ ତିଆରି କରିପାରିନାହାଁନ୍ତି । ସେମାନେ କାଳିରେ ଉତ୍ତାରି ହୋଇନାହାଁନ୍ତି । କିନ୍ତୁ ସେ ଅକ୍ଷର ସବୁର ମହତ୍ତ୍ୱ ମାପିପାରିବା ବହୁତ କଷ୍ଟକର ବ୍ୟପାର । ପୁସ୍ତକରେ ସ୍ଥାନିତ କବିତାଗୁଡ଼ିକ କୌଣସି ବିପ୍ଳବର ଉପୋଦ୍]ଘାତ କରିବା ପାଇଁ କିମ୍ବା ଭଙ୍ଗା ହୃଦୟକୁ ଆହୁରି ଭାଙ୍ଗିବାକୁ ପ୍ରଣୋଦିତ ନୁହଁନ୍ତି । ସମସ୍ତ କବିତାର ଉଦ୍ଦେଶ୍ୟ ହେଲା ମନର ସଂଗୁପ୍ତ କୋଣରେ ହାଲିଆ ହେଇ ବିଶ୍ରାମ ନେଉଥିବା ମାନବୀୟ ସମ୍ବେଦନଶୀଳତାକୁ ଟିକିଏ ଉଜାଗର କରିବା । ପ୍ରାଚୁର୍ଯ୍ୟର ବିସ୍ତାରୀକରଣ ଭିତରେ, ଉପଭୋକ୍ତାବାଦର ଜୟଜୟ ଧ୍ୱନି ଭିତରେ ଅସହାୟ ପ୍ରାଣକୁ ଆମେ ଟିକେ ଅନେଇବା । ତା'ପରେ ବ୍ୟଥିତ ହେବେ କି ବିପ୍ଲବ କରିବେ କି ପରିବର୍ତ୍ତନର ଧ୍ୱନିକୁ ଶାଣିତ କରିବେ, ସେ ସବୁ ଶୂନ୍ୟସ୍ଥାନ ପୂରଣ କରିବା ପାଠକମାନଙ୍କର ସ୍ୱାଧୀନଚେତା ମନୋଭାବ ଏବଂ ସ୍ପର୍ଶକାତରତା ଉପରେ ନିର୍ଭରଶୀଳ । ସେଇ ଶୂନ୍ୟସ୍ଥାନମାନଙ୍କରେ ଅବ୍ୟକ୍ତ ଅକ୍ଷରଗୁଡ଼ିକର ପ୍ରତିଧ୍ୱନି ନିଶ୍ଚେ ଶୁଭିବ ଓ ଏହି କବିତାମାନଙ୍କରେ ବିଜ୍ଞାନ ପ୍ରତି କିଛି ଅବିଚାର ହୋଇଥାଇପାରେ । ସାତଭାୟାର ଝାଉଁବଣ ସ୍ମୃତି ରୋମନ୍ଥନ କରିବା, ବିଦ୍ୟାଳୟ ବାରଣ୍ଡା ଦୁଃଖରେ ମ୍ରିୟମାଣ ହେବା କିମ୍ବା 'ଗୁଳି' ବ୍ୟଥିତ ହୃଦୟ ଧରି କାନ୍ଦିବା ଏ କବିତାର ଅକ୍ଷରମାନେ ଧୃଷ୍ଟତା ସହ ବ୍ୟକ୍ତ କରିଛନ୍ତି । ଅନ୍ତରର ଅକ୍ଷରଗୁଡ଼ିକର ଗତି ରେଖାଙ୍କିତ ନଥାଏ । ସେମାନେ ଘୂରିବୁଲିବେ ଓ ତା'ଙ୍କୁ ଏକାଠି କରି ସମ୍ବେଦନଶୀଳତାର କିଛି ଫର୍ଦ୍ଦ ଏ କବିତାଗୁଡ଼ିକରେ ଯୋଡି ହୋଇଯାଇଛି । ତେବେ ଯାହା ଅବ୍ୟକ୍ତ ରହିଗଲା, ତାହା ଧୂସର ହଁ ଦିଶିବ ଓ ଏଥିରେ କାହାକୁ ଆକ୍ଷେପ, ପ୍ରତିଆକ୍ଷେପ ବା ଆକ୍ରୋଶ ଅଜାଡିଦେବା ପାଇଁ ଗୋଟିଏ ଅକ୍ଷର ବି ଅପଚୟ କରାହେଇନପାରିବେ ।\u003c\/p\u003e","brand":"Black Eagle Books","offers":[{"title":"Default Title","offer_id":48530932728049,"sku":"9781645603733","price":14.28,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0674\/5433\/7265\/files\/9781645603733_p0.jpg?v=1786312628","url":"https:\/\/shop.barnesandnoble.com\/products\/9781645603733","provider":"Barnes \u0026 Noble","version":"1.0","type":"link"}