{"product_id":"9781645604846","title":"Adha Adha Nakshatra","description":"\u003cp\u003eଯଦି କେବେ କେଉଁଠି ମୋର କବିତାର ଧ୍ୱନି ଭିତରେ ଫୁଟିଉଠିଛି ନକ୍ଷତ୍ରଟିଏ, ପାଠକେ - ତାକୁ କେବଳ ଆକାଶର ତାରା ବୋଲି ଗ୍ରହଣକରି ନ ନେବାକୁ ମୋର ଅନୁରୋଧ । ସେ ବରଂ ମଣିଷର ଅମରତ୍ୱର ଏକ ଅନ୍ୟରୂପ, ତା'ର ଦୁଃସାହସୀ ସ୍ୱପ୍ନ, ଅସାଧାରଣ କଳ୍ପନା ଓ ତୁଙ୍ଗ ଏକ ଅଭିଳାଷ । ନହେଲେ ବା ଅନଶ୍ୱର ଭଲପାଇବାର ପ୍ରତୀକଟିଏ । ପ୍ରଚଣ୍ଡ ବସ୍ତୁବାଦର ଘୂର୍ଣ୍ଣି ଭିତରେ, ଅନ୍ଧାରର ଖଳଖଳ ପ୍ରବାହ ତଳେ ମଣିଷର ଚାଖଣ୍ଡେ ଛାତି ଭିତରେ ତା'ର ଉଦୟୋତ୍ସବ - ଅସ୍ଥିର ସମୟର ପ୍ରପାତ ଉପରେ ସେ ଏକ ସ୍ଥିରଚେତନାର ଇନ୍ଦ୍ରଧନୁ - ଯେତିକି ମନୋରମ ସେତିକି ବିସ୍ମୟକର । ତା'ର ପୂର୍ଣ୍ଣ ଆଧାର ହେବାପାଇଁ ମଣିଷର ପରିଚୟ ଯଥେଷ୍ଟ ନୁହେଁ । ମଣିଷ ହ୍ରସ୍ୱ, ତେଣୁ ସେ ଅର୍ଦ୍ଧେକର ଆଧାର ମାତ୍ର ।\u003c\/p\u003e\u003cp\u003eସେଥିପାଇଁ ସାଧାରଣ ଜୀବନଟିଏ ବଞ୍ଚୁଥିବା କବିର ସ୍ୱପ୍ନ ଅଧା ରହିବା ଅବଧାରିତ । ତଥାପି ସ୍ୱପ୍ନ ବରଂ ଅଧା ରହୁ, ବିଡ଼ମ୍ବିତ ନ ହେଉ ।\u003c\/p\u003e\u003cp\u003e- ପ୍ରତିଭା ଶତପଥୀ\u003c\/p\u003e","brand":"Black Eagle Books","offers":[{"title":"Default Title","offer_id":48530966577393,"sku":"9781645604846","price":15.0,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0674\/5433\/7265\/files\/9781645604846_p0.jpg?v=1786312269","url":"https:\/\/shop.barnesandnoble.com\/products\/9781645604846","provider":"Barnes \u0026 Noble","version":"1.0","type":"link"}