{"product_id":"9781645605560","title":"Bhaba Anubhaba","description":"\u003cp\u003eକବିତା ସାହିତ୍ୟର ଏକ ଗୁରୁତ୍ବ ପୂର୍ଣ୍ଣ ଅଙ୍ଗ । ମନର ଆବେଗ ଓ ଉଚ୍ଛ୍ବାସକୁ ସ୍ବତଃସ୍ଫୁର୍ତ୍ତ ଭାବେ ଭାଷାରେ ରୂପ ଦେଇଥାଏ କବିତା। ଗଗନ ବିହାରୀ ପାଣିଗ୍ରାହୀଙ୍କର କବିତା ସଂକଳନ \"ଭାବ-ଅନୁଭବ\"ର କବିତା ଗୁଡ଼ିକ ପଢ଼ିଲେ ଲାଗେ ସତେ ଯେପରି କବିତା ମାଧ୍ୟମରେ କବିଙ୍କର ମନର ଆବେଗ ଭାଷାରେ ପରି ପ୍ରକାଶ ହୋଇଛି। ଏଥିରେ ସନ୍ନିବେଶିତ କବିତା ଗୁଡ଼ିକ ପୂର୍ବ ସଙ୍କଳନ ପରି ଛନ୍ଦୋବଦ୍ଧ ଓ ସୁୁଖପାଠ୍ୟ। ଛନ୍ଦୋବଦ୍ଧ କବିତା ଲେଖିବା କବିଙ୍କର ବିଶେଷତ୍ବ। ଭାଷା ଯେପରି ସରଳ ଭାବ ସେହି ପରି ତରଳ। ଲାଳିତ୍ୟରେ ପୁଟ ଦିଆ କବିତା ଗୁଡିକ ପାଠକଲେ ଲାଗେ ନଦୀର ସ୍ରୋତ ପରି ଏହା ପ୍ରବାହିତ ହେଉଅଛି । ଆଜିକାଲିର ଆଧୁନିକ କବିତା ଭଳି ଦୁର୍ବୋଧ୍ୟତା ଓ ଅବୋଧ୍ୟତା କୌଣସି କବିତାରେ ପରିଲକ୍ଷିତ ହୁଏ ନାହିଁ । କ୍ଷୁଦ୍ର ବୃହତ ସତୁରିଟି କବିତାର ଗୁଚ୍ଛ ଏ ସଂକଳନ । କଥାବସ୍ତୁ କେବଳ ଓଡ଼ିଶାରେ ସୀମିତ ନରହି ଏହା ବିସ୍ତାରୀ ଯାଇଛି ସାରା ବିଶ୍ବକୁ । ବିଷୟ ବସ୍ତୁରେ ସ୍ଥାନ ପାଇଛି ରାମାୟଣ ଓ ମହାଭାରତର ଗଳ୍ପ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧର ବିଭୀଷିକା, କୋଭିଡ଼ ମହାମାରୀ ସମୟରେ ଜୀବନ ଓ ଜୀବିକା, ଆଧ୍ୟାତ୍ମିକ, ସାମାଜିଜ, ରାଜନୈତିକ, ବ୍ୟଙ୍ଗ ଓ ରମ୍ୟ ରଚନା । ନାନା ପ୍ରକାର ବିଷୟ ବସ୍ତୁ ହୋଇ ଥିବାରୁ ଏହାର ସମସ୍ତ କବିତାକୁ ସାତଟି ବିଭାଗରେ ବିଭକ୍ତ କରା ହୋଇଅଛି । କବିତା ଗୁଡ଼ିକରେ ଓଡିଆ ଓ ଓଡିଶାର ଚିରାଚରିତ କବିତା ଶୈଳୀ ସହ ସନେଟ୍], ଲିରିକ୍ସ, ଏଲିଜି ଓ ବାଲାଡରେ ଭରପୁର । ଆଶାକରା ଯାଏ ଏ କବିତା ସଂକଳନ ପୂର୍ବ ସଂକଳନ ପରି ପୁଣି ଥରେ ପାଠକ\/ପାଠିକା ମାନଙ୍କର ଦୃଦୟଗ୍ରାହୀ ହୋଇ ତାଙ୍କୁ ଆମୋଦ ପ୍ରଦାନ କରିବାରେ ସକ୍ଷମ ହେବ ।\u003c\/p\u003e","brand":"Black Eagle Books","offers":[{"title":"Default Title","offer_id":48530966675697,"sku":"9781645605560","price":18.17,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0674\/5433\/7265\/files\/9781645605560_p0.jpg?v=1786312378","url":"https:\/\/shop.barnesandnoble.com\/products\/9781645605560","provider":"Barnes \u0026 Noble","version":"1.0","type":"link"}