{"product_id":"9781645606307","title":"Mun Bi Maobadi","description":"\u003cp\u003eମାଓବାଦୀ କହିଲେ ଆମ ମନରେ ଡର ଆସେ । ସାଧାରଣ ଲୋକ, ସରକାରୀ ବାବୁ, ପୋଲିସ, ନେତା, ଠିକାଦାର ସମସ୍ତେ ଡରନ୍ତି । ସେମାନେ କୁଆଡ଼େ ନିର୍ବାଚିତ ସରକାରରେ ବିଶ୍ୱାସ କରନ୍ତିନି । ସମାନ୍ତରାଳ ବ୍ୟବସ୍ଥା ଓ କାନୁନ ତିଆରି କରନ୍ତି । ସେମାନଙ୍କ ନଜରରେ ଯିଏ ଅପରାଧୀ ସାବ୍ୟସ୍ତ ହୁଏ, ତାକୁ ଧରିଆଣି ପ୍ରଜାକୋର୍ଟରେ ହାଜର କରନ୍ତି । ପ୍ରଜାକୋର୍ଟ କହିଲେ ଗାଁ ଲୋକଙ୍କ ଉପସ୍ଥିତିରେ ବିଚାର ଚାଲେ । ଆଉ ସ୍ଥାନୀୟ ମାଓବାଦୀ ନେତାଙ୍କ ନିର୍ଦ୍ଦେଶରେ ଦଣ୍ଡ ଦିଆଯାଏ । ଅନେକ ସରକାରୀ କର୍ମଚାରୀ, ଅସାଧୁ ଅଧିକାରୀ, ଲୋଭୀ ଠିକାଦାର, ପୋଲିସ ଇନଫର୍ମରଙ୍କୁ ସେମାନେ ମୃତ୍ୟୁଦଣ୍ଡ ଦେଇଛନ୍ତି, ଯାହାର ହିସାବ ନାହିଁ । ମାଓବାଦୀଙ୍କ କଥା ଆସିଲେ ମୋ ମନକୁ ବିଶିଷ୍ଟ କଥାକାର ଭଗବତୀ ଚରଣ ପାଣିଗ୍ରାହୀଙ୍କ 'ଶିକାର' ଗଳ୍ପ ଦୃଶ୍ୟମାନ ହୁଏ । କେମିତି ଝିଅବୋହୂଙ୍କ ଇଜ୍ଜତ ସହ ଖେଳ ଖେଳୁଥିବା ସର୍ଦ୍ଦାରର କଟାମୁଣ୍ଡ ଧରି ଘିନୁଆ ଥାନାକୁ ଯାଏ । ସେତେବେଳଠୁ ଏବେ ପର୍ଯ୍ୟନ୍ତ ଆମ ସମାଜରେ ସର୍ଦ୍ଦାରମାନେ ଅଛନ୍ତି ଏବଂ ସେମାନଙ୍କୁ ଆମ ସାମାଜିକ ବ୍ୟବସ୍ଥା ଓ ଆଇନକାନୁନ କିଛି ବି କରିପାରୁନି । ଘିନୁଆମାନେ ମାଓବାଦୀ ପାଲଟି ଯାଇଛନ୍ତି । ଆଉ ଥାନାକୁ ଯାଉନାହାନ୍ତି । ନିଜେ ନିଜେ ପ୍ରଜାକୋର୍ଟରେ ଦଣ୍ଡ ଦେଉଛନ୍ତି । \u003c\/p\u003e\u003cp\u003e\u003c\/p\u003e","brand":"Black Eagle Books","offers":[{"title":"Default Title","offer_id":46375231717617,"sku":"9781645606307","price":14.28,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0674\/5433\/7265\/files\/9781645606307_p0.jpg?v=1764990065","url":"https:\/\/shop.barnesandnoble.com\/products\/9781645606307","provider":"Barnes \u0026 Noble","version":"1.0","type":"link"}