Black Eagle Books
Bhata Khoju Khoju
Bhata Khoju Khoju
Couldn't load pickup availability
କବି ବାସୁଦେବ ସୁନାନୀଂକ ନବମ କବିତା ପୁସ୍ତକ ହେଉଛି "ଭାତ ଖୋଜୁଖୋଜୁ" । ବାସୁଦେବ କଳ୍ପନାରେ ବିଶ୍ବାସ ନ କରି ବାସ୍ତବତା ଉପରେ ନିଜର ବିଚାର ଓ ଚିନ୍ତନକୁ କେନ୍ଦ୍ରୀଭୁତ କରି ଥା'ନ୍ତି । ତାଂକ କବିତା ସବୁବେଳେ ସୂକ୍ଷ୍ମ ଜବକାଚ ଭଳି, ଯେଉଁ ଜବକାଚ ମାଧ୍ଯମରେ ଜଣେ ପାଠକ, ସ୍ପଷ୍ଟ ଭାବରେ ଦେଖି ପାରିଥାଏ ସାଂପ୍ରତିକ ସମାଜର ଅସଂଗତି ଓ ଅବ୍ଯବସ୍ଥା । କବିତା ସବୁକୁ ପଢିଲେ ପାଠକ ଅନେକ କଥା, ଘଟଣା, ସ୍ଥିତି ସହ ଭେଟହେବ ଯେମିତି ଚାଷୀର ସମସ୍ଯା ଓ ତତ୍ ଜନିତ ପ୍ରତିବାଦ, ନାରୀ ନିର୍ଯ୍ଯାତନା, ଧର୍ଷଣ, ଜାତିବାଦ, ବ୍ରାହ୍ମଣବାଦ, ବର୍ତମାନର ରାଜନୀତି ଓ ଗଣତନ୍ତ୍ରର ଅବସ୍ଥା, କରୋନା କାଳର ହା...ହା...କାର, ବିକାଶର ପରିଭାଷା,ସାମ୍ରାଜ୍ଯବାଦ ବିପକ୍ଷରେ ସ୍ବର ସହ ଭୋକର କଲବଲ, ଏମିତି ଅନେକ ଛବିକୁ କବିତାରେ ତିତ୍ରାୟିତ କରିଛନ୍ତି । ଏ କବିତାମାନ ସୁଖପାଠ୍ଯ କେବଳ ନୁହେଁ ବରଂ ଇତିହାସ, ସାଂପ୍ରତିକ ସାମାଜିକ ଅବସ୍ଥା, ଅର୍ଥନୀତି ତଥା ଧାର୍ମିକ ସ୍ଥିତି, ଇତ୍ଯାଦିକୁ ବୁଝିବା ପାଇଁ ବୌଦ୍ଧିକ ଇଂଦନ ଯୋଗାଉ ଥିବା ଏକ ନିଆରା ଦସ୍ତାବିଜ।
"ଭାତ ଖୋଜୁଖୋଜୁ"ର କବିତା ସବୁ ପଢିଲେ ଏକ ନିଶ୍ଚିତ ଧାରଣା ସୃଷ୍ଟି ହୁଏଯେ କବି ଜଣେ ସମାଜର ବୌଦ୍ଧିକ ପ୍ରତିନିଧି ଅଟେ । ଆଶା, ଏ କବିତା ବହି ପାଠକୀୟ ପ୍ରେମଲାଭ କରିବ ।
Share
